ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପ୍ରତିକ୍ରିୟା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଖୁବ୍ ଶୀଘ୍ର ବସିବ ସ୍ଵତନ୍ତ୍ର ମ୍ୟାନେଜିଂ କମିଟି ବୈଠକ । ଏନେଇ ଗଠିତ ହେବ ସ୍ବତନ୍ତ୍ର କମିଟି । ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ରେଗୁଲେଟ କରାଯାଇପାରିବ ପଦକ୍ଷେପ ନିଆଯିବ ।

ପଣ୍ଡା ଦ୍ଵାର ଖୋଲିବା, ଜଗମୋହନ ତଳୁ ଅବରୋଧ ହଟିବା, ଆନନ୍ଦ ବଜାର ପଟୁ ବାଇଶି ପାହାଚକୁ ପ୍ରସ୍ଥାନ ଗେଟ୍ ଖୋଲିବା ଉପରେ ହୋଇପାରେ ଆଲୋଚନା । ସେପଟେ ପୁରୀ ଏସପି ମଧ୍ୟ ଏ ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଚାରି ଦିନ ଛୁଟି ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ଭିଡ ବଢ଼ିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି ।

ଏନେଇ ବ୍ୟାପକ ପୋଲିସ ମୁତୟନ ସହ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଆହୁରି ଶୃଙ୍ଖଳିତ ହେବାକୁ କିଛିଦିନ ସମୟ ଲାଗିବ । ଛୁଟି ଦିନ ମାନଙ୍କରେ ଅହେତୁକ ଭିଡ ଯୋଗୁଁ ଭକ୍ତ ମାନଙ୍କୁ ଧର୍ଯ୍ୟ ଓ ସଂଜମତା ରକ୍ଷା କରିବାକୁ ପଡ଼ିବ ।

By Nirvay

Leave a Reply

Your email address will not be published. Required fields are marked *