ବିଧାନସଭାରେ ଗତକାଲି ଘଟଣା ଉପରେ ବିବୃତି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗତକାଲି ରାତିରେ ନିଲମ୍ବିତ ବିଧାୟକଙ୍କୁ ମାର୍ଶଲମାନେ ବାହାର କରିବାକୁ ନେଇ ବାଚସ୍ପତି ବିବୃତି ଦେଇଛନ୍ତି । ବାଚସ୍ପତିଙ୍କ ବିବୃତିରେ କହିଛନ୍ତି, ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍ ଗୃହ ଚାଲିପାରିନି। ଗତ ୭ ତାରିଖରୁ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ୨୦ ତାରିଖରୁ ଘଣ୍ଟ, ଘଣ୍ଟା, ତୂରୀ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ବ୍ୟବହାର କରିଥିଲେ । ବିରୋଧୀ ସଦସ୍ୟମାନେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଚାଲିଥିଲେ । ମୋଟ ୧୨ଟି କାର୍ଯ୍ୟ ଦିବସରୁ ୨ଟିରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲି ଥିଲା। ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଣ୍ଟା ୨ ମିନିଟ ଗୃହ କାର୍ଯ୍ୟ ଚାଲି ପାରିନଥିଲା। ସେଥିପାଇଁ ମାର୍ଚ୍ଚ ୧୦ ,୧୩, ୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା । ୨୧ରେ ଉପବାଚସ୍ପତି ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ କହିଥିଲେ । ନିଜ ଆସନରେ ବକ୍ତବ୍ୟ ଉତଥାପନ ନ କରି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରୁଥିଲେ । ଜାଣିଶୁଣି ଗୃହ କାର୍ଯ୍ୟକୁ ବନ୍ଦ କରୁଥିଲେ । ନିଲମ୍ବନ ଆଦେଶ ପରେ ମଧ୍ୟ ନିଲମ୍ବିତ ସଦସ୍ୟମାନେ ଗୃହ ପରିତ୍ୟାଗ ନ କରି ଭିତରେ ବିଶୃଙ୍ଖଳା ଆଚରଣ କରିଥିଲେ । ମାର୍ଶଲ ମୋ ନିର୍ଦ୍ଦେଶରେ ସେମାନଙ୍କୁ ବାହାରି ଯିବାକୁ କହିଥିଲେ । କିନ୍ତୁ ସେମାନେ ନ ବାହାରି ଘଣ୍ଟ ବଜାଇଥିଲେ । ସେମାନେ ଧାରଣା ଦେବାକୁ କହିବାରୁ ସେ ନେଇ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ରାତି ୯ଟାରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ, କିଛି ମାର୍ଶଲ ଏବଂ ସୁରକ୍ଷାକର୍ମୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଯେଉଁଥିରେ ସେମାନେ ଆହତ ହୋଇଥିଲେ ଏବଂ ଚିକିତ୍ସିତ ହେଉଛନ୍ତି । ପୁନର୍ବାର ରାତ୍ରି ୨ ଟାରେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶଲ ଗେଟ୍ ବାହାରକୁ ନେଇ ଛାଡିଥିଲେ । Post navigation ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ; ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ନେଇ ସତର୍କ କଲା କମିଶନରେଟ ପୋଲିସ ସ୍କୁଲରେ ମିଳିବ ପୁଷ୍ଟିକର ଲଡ଼ୁ