ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୭ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସାମ୍ବାଦିକତା ପାଇଁ ପ୍ରମୋଦ ମହାପାତ୍ର ଓ ପରିବେଶ ସୁରକ୍ଷା ପାଇଁ ପୂର୍ବତନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ବିଜୟ କେତନ ପଟ୍ଟନାୟକଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ତେବେ ସୌମ୍ୟଙ୍କ ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ରାସ୍ତା ଏବଂ କୋଠା ନିର୍ମାଣ ବିକାଶ ନୁହେଁ। ଏହା ଦ୍ବାରା ଯୁବକମାନଙ୍କ ମଧ୍ୟରେ ଓଡିଆ ଗର୍ବର କୌଣସି ଚିହ୍ନ ଦେଖିବାକୁ ମିଳିବ ନାହିଁ।” ରାଜନୀତରେ ତାଙ୍କର ଏହି ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି।

ସମ୍ପାଦକ ପଦ କାହିଁକି ଛାଡ଼ିଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯେଉଁ ସାମ୍ବାଦିକଙ୍କୁ ଗଢିଥିଲି, ତାଙ୍କ ଗୁଣ ଦେଖି ଛାଡ଼ିଲି । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଆଗାମୀ ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇନି । କିନ୍ତୁ ପ୍ରାୟ ଲଢିବି ନାହିଁଁ । ମୋର ଦଳ ନାହିଁ କି ଖବରକାଗଜ ନାହିଁ । ମୋର କିଛି ନାହିଁ ବୋଲି ସୌମ୍ୟ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *