ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଏକ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିବ। କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋସ କଂଗ୍ରେସ ଛାଡ଼ି ଆଗାମୀ ନିର୍ବାଚନ ‘ଓଡ଼ିଶା ଜନତା କଂଗ୍ରେସ’ (OJC) ଦଳରୁ ଲଢ଼ିବେ ବୋଲି ତାଙ୍କ ବାପା ତଥା OJC ସଭାପତି ମହମ୍ମଦ ମୋକିମ୍ ସ୍ପଷ୍ଟ କରିଛନ୍ତି। ମୋକିମ୍ କହିଛନ୍ତି ଯେ, ବର୍ତ୍ତମାନ କଂଗ୍ରେସ ପାଖରେ କୌଣସି ସ୍ପଷ୍ଟ ନୀତି କିମ୍ବା ଆଦର୍ଶ ନାହିଁ। ଦଳ ସମ୍ପୂର୍ଣ୍ଣ ‘ଅଯୋଗ୍ୟ’ ହୋଇପଡ଼ିଛି ଏବଂ ଏହାର ଭବିଷ୍ୟତ ଅନ୍ଧକାରମୟ। କଂଗ୍ରେସର ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ନିଜର ମୂଳ ସିଦ୍ଧାନ୍ତରୁ ଦୂରେଇ ଯାଇଛନ୍ତି, ଯାହା ଫଳରେ ତୃଣମୂଳ ସ୍ତରର କର୍ମୀମାନେ ନିରାଶ ହୋଇଛନ୍ତି। ଓଡ଼ିଶାରେ କଂଗ୍ରେସ ନେତାମାନେ କେବଳ ପରସ୍ପରର ଗୋଡ଼ ଟାଣିବାରେ ଏବଂ ନିଜର ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ। ରାଜ୍ୟରେ ଦଳର କୌଣସି କାର୍ଯ୍ୟକ୍ରମ ଚାଲୁନାହିଁ। କଂଗ୍ରେସରେ ସୋଫିଆଙ୍କର କୌଣସି ଭବିଷ୍ୟତ ନାହିଁ। ମୋକିମ୍ ଆଉ ମଧ୍ୟ କହିଛନ୍ତି ଯେ ସୋଫିଆ ବର୍ତ୍ତମାନ କଂଗ୍ରେସରେ ଅଛନ୍ତି ଏବଂ ତୁରନ୍ତ OJC ରେ ଯୋଗ ଦେଇପାରିବେ ନାହିଁ। ତେବେ ୨୦୨୯ ନିର୍ବାଚନ ବେଳକୁ ସେ OJC ଟିକେଟରେ ନିର୍ବାଚନ ଲଢ଼ିବେ। OJC ଦଳ ନୂଆ ପିଢ଼ି (Gen-Z) କୁ ନେଇ ନୂଆ ଓଡ଼ିଶା ଗଢ଼ିବାର ସ୍ୱପ୍ନ ଦେଖୁଛି ଏବଂ ସୋଫିଆ ଦଳର ଭବିଷ୍ୟତ ଯୋଜନାରେ ମୁଖ୍ୟ ନେତୃତ୍ୱ ନେବେ। ଏହାପରେ ମୋକିମ୍ଙ୍କ ଏହି ବିବୃତି ପରେ କଟକ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। Post navigation PM Modi Praises Maithili Bhue: ‘ମନ୍ କି ବାତ୍’ରେ ଓଡ଼ିଶାର ମୈଥିଲୀ ଭୂଏଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା Mann ki baat: ୧୩୭ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ; ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ