କଟକ ସହରରେ ସୋସିଆଲ୍ ମିଡିଆ ଉପରେ ଲାଗିଲା କଟକଣା । ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା। ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଲାଗିଲା କଟକଣା । ହ୍ବାଟ୍ସ ଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ । ମୋବାଇଲ୍ ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । କଟକ ମୁନିସିପାଲିଟି ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ କଟକ ସହରରେ ବନ୍ଦ ରହିବ ଇଣ୍ଟରନେଟ। ଅନ୍ୟପଟେ କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି । ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି । ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ସହରର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଗେଇ ଆସନ୍ତୁ । ଏହା ସହ କଟକରେ କ୍ୟାମ୍ପ୍ କରି ରହିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ତୀକ୍ଷ୍ଣ ନଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କଟକ ବିଶୃଙ୍ଖଳାକାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ତତ୍ପର ଦେଖାଇଛନ୍ତି । ୩ଟି ସ୍ପେଶାଲ୍ ଟିମ୍ ଗଠନ କଲେ ପୋଲିସ କମିଶନର । ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ; କଟକ ସହରରେ କଡ଼ା ସୁରକ୍ଷା ଭିତରେ ଭସାଣି ସମୟରେ ଯେତେବେଳେ ମା’ ଦୁର୍ଗାଙ୍କ ମେଢ଼ ମୁସଲମାନ ବସ୍ତି ଦେଇ ଅତିକ୍ରମ କରୁଥିଲା ସେଇ ସମୟରେ ଶୋଭାଯାତ୍ରା ଉପରକୁ ହୋଇଥିଲା ପଥର ମାଡ଼। ଏହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଡିସିପିଙ୍କ ସମେତ ୯ ଜଣ ଆହତ ହୋଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା । ସଂଘର୍ଷକୁ ଅଟକାଇବା ପାଇଁ ସେଣ୍ଟ୍ରାଲ ଆର୍ମ ଫୋର୍ସ ଓ ସିଏଆରପିଏଫ ଯବାନ ଓ କଟକର ବରିଷ୍ଟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । Post navigation ଶହୀଦ ବାଜି ରାଉତ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକରେ କ୍ୟାମ୍ପ୍ କରି ରହିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ