ଆଜି ଓଡ଼ିଶା ଗସ୍ତରେ ଆସି ପହଞ୍ଚି ଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ। ସେ ଆଜି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ଆୟୋଜିତ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଆଟାକ୍‌ କରିଛନ୍ତି। ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଛନ୍ତି ଆୱାଜ୍‌ ଏମିତି ହେଉ ଯେ ସିଧା ତାମିଲନାଡୁ ରିମୋଟ୍‌ରେ ପହଞ୍ଚିବ।

ଆମେଥିରୁ ଗାନ୍ଧି ପରିବାରର ବେଡିଂ ବିସ୍ତର ଆମେ ବାନ୍ଧି ଦେଇଛୁ।କେନ୍ଦ୍ରାପଡ଼ାରୁ ବି ତାମିଲନାଡୁ ରିମୋଟ୍‌ର ବେଡିଂ ବିସ୍ତର ବାନ୍ଧି ଦିଅନ୍ତୁ। କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଦାବିକୁ କାହିଁକି ବିଜେଡି ପୂରଣ କଲାନି ବୋଲି ପ୍ରଶ୍ନ କରିଛନ୍ତି। ଜଗତସିଂପୁରର କୁଜଙ୍ଗ ସଭାରେ କହିଛନ୍ତି, ବିଜେଡି ଓଡ଼ିଶାକୁ ଦେଇଛି ବାଲି ମାଫିଆ, ଖଣି ମାଫିଆ ପରି ଅନେକ ମାଫିଆ। ବିଜେପି ଆସିଲେ ଏହି ମାଫିଆମାନଙ୍କୁ ଛଡାଯିବନି। ତାମିଲ ବାବୁ ଓଡ଼ିଶାକୁ ଲୁଟ୍‌ କରୁଛନ୍ତି। ରିମୋଟ ଧରି ତାମିଲ ବାବୁ ଓଡ଼ିଶାକୁ ଲୁଟ୍‌ କରିଚାଲିଛନ୍ତି। ଏଠି ୨୪ ଘଣ୍ଟା ଅନ୍ୟାୟ, ଅନୀତି ଚାଲିଛି। ଅଧର୍ମର ପରାଜୟ ହେବ। ଏହାସହ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସୁଭଦ୍ରା ଯୋଜନା ବିଷୟରେ ଓଡ଼ିଶାର ମାଆ ମାନଙ୍କୁ ଅବଗତ କରାଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *