ଆକ୍ସନ ମୁଡ୍‌କୁ ଆସିଛି ଭୁବନେଶ୍ୱର ମହାନଗର ନିଗମ । ମାସକ ଭିତରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ସପ୍ତାହକରେ ବାରିକେଡ କାମ ସରିବ। ଏନେଇ ସୂଚନା ଦେଲେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ।

ଭୁବନେଶ୍ବର ସହରରେ ମୋଟ୍ ୧୮୦୦ କିଲୋମିଟର ଡ୍ରେନ୍ ରହିଛି | ସେଥିରୁ ବିଏମ୍‌ସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ୍ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ୍ ରହିଛି ସବୁ ମୁକୁଳା ଡ୍ରେନ୍ ଚିହ୍ନଟ ହୋଇଛି ।

ଯୁଦ୍ଧକାଳୀନ ଭିତ୍ତରେ ପ୍ଲାବ୍ କାମ ସରିବ । କିଛି ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଳ ରହିଛି । ବିଭିନ୍ନ ବିଭାଗ ସହ ସମନ୍ବୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ ।

Leave a Reply

Your email address will not be published. Required fields are marked *