ଆଜି ନିର୍ଦ୍ଧାରିତ ସମୟରେ ଖୋଲାଯାଇଛି ଭିତର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ବୁଲି ତଦାରଖ କରିବା ପାଇଁ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି। ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରେ ରହିଛନ୍ତି।

ଅନ୍ୟପଟେ ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ଆଜି ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଉନି। ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାର ବନ୍ଦ ରହିଛି। କେବଳ ଅଧିକୃତ ସେବକ ଓ ଅଧିକାରୀଙ୍କୁ ଭିତରକୁ ଛଡ଼ାଯାଉଛି।

Leave a Reply

Your email address will not be published. Required fields are marked *