ମହାପ୍ରଭୁଙ୍କ ମହାପ୍ରସାଦରେ ଆଉ ଲାଗିପାରିବ ନାହିଁ ଶ୍ରଦ୍ଧାଳୁମାନେ ଅର୍ପଣ କରିଥିବା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳ ଏବେ ନଷ୍ଟ ହେବାକୁ ବସିଲାଣି । ଅର୍ପଣ ଚାଉଳ ଆଉ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ନାହିଁ। ଭକ୍ତ ଦେଇଥିବା ଚଉଳ କିପରି ବ୍ୟବହାରଯୋଗ୍ୟ କରାଯିବ, ସେଥିପାଇଁ ବିସ୍ତୃତ ରୋଡମ୍ୟାପ କରାଯାଇ ନଥିଲା। ସେଥିପାଇଁ ଅର୍ପଣ ଚାଉଳ ରହି ରହି ୬ ମାସ ମଧ୍ୟରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି। ସେଥିପାଇଁ ନଷ୍ଟ ଚାଉଳକୁ ଏନଜିଓ ସଂସ୍ଥାକୁ ଦେବା ପାଇଁ ମହାସୁଆରା ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି । Post navigation ଅଲିମ୍ପିକ୍ସ ହକିରେ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ ଆକ୍ସନ ମୋଡ଼ରେ ସରକାର: ଖୋଲୁଛି କୁବେର ସରକାରୀ ଅଧିକାରୀଙ୍କ ଦୁର୍ନୀତିର ପେଡ଼ି