ଗୁରୁବାର ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁଭ ବେଳା ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ଭିତରେ ଖୋଲିବ ତାଲା । ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହେବ ସମସ୍ତ ରତ୍ନ ଅଳଙ୍କାର । ତେବେ ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ସମୟରେ ଶ୍ରୀମନ୍ଦିର ପ୍ରବେଶ ସହ ଦର୍ଶନ ଉପରେ କଟକଣା ରହିବ । ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ କରାଯିବ । ସିଂହଦ୍ୱାର ଦେଇ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ କେବଳ ଯିବେ ।

ସେ କହିଛନ୍ତି ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତର ପରେ ଆନୁଷଙ୍ଗିକ ପ୍ରକ୍ରିୟା ସାରି ଏଏସ୍ଆଇକୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ । ଏଏସ୍ଆଇ କେତେଦିନ ଭିତରେ ମରାମତି ସରିବେ ତାହା ଆଲୋଚନା ହୋଇ ନିର୍ଦ୍ଧାରଣ କରାଯିବ ।

Leave a Reply

Your email address will not be published. Required fields are marked *