ଆଜିଠୁ ଖୋଲିଲା ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟ। ଏଥର ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ ପର୍ଯ୍ୟଟକ। ବର୍ଷାଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା ଶିମିଳିପାଳ ଅଭୟାରଣ୍ୟ। ସାଧାରଣତଃ ଏହା ପ୍ରତିବର୍ଷ ନଭେମ୍ବର ୧ ରେ ଖୋଲାଯାଇଥାଏ।କିନ୍ତୁ ଚଳିତ ୨୦ଦିନ ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ତେବେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଖୋଲାଯାଇଛି। ପ୍ରବେଶ ନିମନ୍ତେ ଅନୁମତି ପତ୍ର ବାରିପଦା ପିଠାବଟା ଓ ଯଶୀପୁର କାଣିଆଣି ବୁକିଂ କାଉଣ୍ଟାରୁ ସକାଳ ୬ରୁ ସକାଳ ୯ ପର୍ଯ୍ୟନ୍ତ ମିଳିପାରିବ। ତେବେ ପର୍ଯ୍ୟଟକ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। ଦୈନିକ ସର୍ବାଧିକ ୩୫ଟି ଗାଡ଼ି ପିଠାବଟା ତନଖି ଫାଟକ ଦେଇ ପ୍ରବେଶ କରିବ। ତେଣୁ ଏ ନେଇ ବନବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ସଠିକ ଭାବରେ କାର୍ଯ୍ୟକାରୀ କରାଯାଇଛି। Post navigation ଭିଜିଲାନ୍ସ ଜାଲରେ ଏସ୍ସିବି ମେଡିକାଲ ଡାଟାଏଣ୍ଟ୍ରି ଅପରେଟର ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କଲା କମିଶନରେଟ ପୋଲିସ