ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଶକ୍ତିପୀଠ କରିଡ଼ର ମାଧ୍ୟମରେ ଓଡ଼ିଶାର କିଛି ପୁରାତନ ମନ୍ଦିରର ଗୁରୁତ୍ବ ବଢ଼ାଇବାକୁ ଯାଉଛନ୍ତି।

ଏହି କରିଡ଼ରରେ ଗଂଜାମ ଜିଲ୍ଲାର ତାରାତାରିଣୀ, ଭୈରବୀ, ଯାଜପୁରର ବିରଜା, ଖୋର୍ଦ୍ଧା ଜିଲ୍ଲାର ଉଗ୍ରତାରା, ବାଣପୁରସ୍ଥିତ ଭଗବତୀ, ପୁରୀ ଜିଲ୍ଲା କାକଟପୁରସ୍ଥିତ ମଙ୍ଗଳା, ଚିଲିକାର କାଳିଜାଈ ପୀଠକୁ ସାମିଲ କରାଯାଇଛି। ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା ନେଇ ଯୋଜନା କରାଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ; ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ଏବଂ ଆସ୍କା ବିଧାୟକ ସରୋଜ ପାଢ଼ୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *