ବିଜେଡି ବିଭାଜନକୁ ନେଇ ଓ ନୂତନ ଦଳ ଗଠନ କରିବାକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ବିଜେଡି ଆଗକୁ ଖଣ୍ଡ ଖଣ୍ଡ ହୋଇଯିବ। ଏହା ସହ ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ନୂଆ ଦଳ ଗଠନ କରିବେ । ଯାହାକୁ ନେଇ ବରିଷ୍ଠ ନେତାମାନଙ୍କର ୨ରୁ ୩ଟି ବୈଠକ ସରିଛି। ବିଜେଡିର ବରିଷ୍ଠ ନେତା ନୂଆ ଦଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ପାଣ୍ଡିଆନଙ୍କୁ ଯେତେ ବିରୋଧ କରାଗଲେ ବି ତାଙ୍କୁ ନିଜ ପାଖରେ ରଖିବେ ନବୀନ । ପାଣ୍ଡିଆନ ବିନା ନବୀନ ଅସହାୟ, ସେ କେବଳ ଦସ୍ତଖତ କରନ୍ତି । ବିଜେଡି କନ୍ଦଳ ଏତେ ବଢ଼ିବ ଯେ ଦଳ ୬ରୁ ୭ଖଣ୍ଡ ହୋଇଯିବ । ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି । Post navigation ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର; ୱାକଫ ବିଲ୍କୁ ନେଇ ଦେଲେନାହି କୌଣସି ପ୍ରତିକ୍ରିୟା ୱକ୍ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ: ଅମର ଶତପଥୀ