ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସବ-ଟ୍ରେଜେରୀ ଅଫିସ୍‌ର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଇଥିଲେ ସରୋଜ ସାହୁ । ଏହା ପରେ ଭିଜିଲାନ୍ସ ପକ୍ଷରୁ ସରୋଜ ସାହୁଙ୍କ ନିଜ ଘର ସମେତ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ତାଙ୍କ ଆୟରୁ ଅଧିକ ସମ୍ପତ୍ତି ଥିବା ସନ୍ଦେହରେ ତଦନ୍ତ ଚାଲିଛି।

ଅଭିଯୋଗ ଅନୁଯାୟୀ, ଜଣେ ପେନସନଭୋଗୀଙ୍କ ଫାଇଲ୍ ପାସ୍ କରାଇବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ସରୋଜ ସାହୁ ପେନସନଭୋଗୀଙ୍କୁ ସ୍ପଷ୍ଟ କରି କହିଥିଲେ ଯେ ପଇସା ଦେଲେ ବିଲ୍ ପାସ୍ ହେବ ନହେଲେ ହେବ ନାହିଁ । ଏହି ଧମକ ପରେ ପେନସନଭୋଗୀ ସିଧାସଳଖ ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ପେନସନଭୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ହଠାତ୍ ଚଢ଼ାଉ କରି ସେଠାରେ ତାଙ୍କୁ ଗିରଫ କରିଥିଲା। ତାଙ୍କ ହାତରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।

ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍ସ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *