Senior Advocate-status-to-Bibhu Prasad Tripathy

ରାଜ୍ୟର ଜଣାଶୁଣା ଆଇନଜୀବୀ ତଥା ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସଭାପତି ବିଭୁପ୍ରସାଦ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି “ବରିଷ୍ଠ ଆଇନଜୀବୀ”ର ମାନ୍ୟତା ପ୍ରଦାନ କରିଛନ୍ତି ।

ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନରାଲ, ତ୍ରିପାଠୀଙ୍କ ସମେତ ୧୩ ଜଣ ଆଇନଜୀବୀଙ୍କୁ ଏହି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଭୁପ୍ରସାଦ ତ୍ରିପାଠୀ, ବେଙ୍ଗାଲୁରସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସାରିବା ପରେ କଟକ ଓ ଭୁବନେଶ୍ୱରରେ ଆଇନ ପେଷା ଆରମ୍ଭ କରିଥିଲେ ।

ପରିବାରର ପ୍ରଥମ ପିଢ଼ୀର ଆଇନଜୀବୀ ଭାବେ ପରିବେଶ ସମ୍ପର୍କିତ ଜନସ୍ୱାର୍ଥ ମାମଲା ଓ ଦଳିତ ଆଦିବାସୀ ବର୍ଗଙ୍କୁ ନ୍ୟାୟ ଯୋଗାଇବା ଲାଗି ସେ ଖ୍ୟାତି ଅର୍ଜନ କରିଛନ୍ତି । ପରବର୍ତ୍ତି ସମୟରେ ଦୀର୍ଘବର୍ଷ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ସୂଚନା ଅନୁଯାୟୀ ସଞ୍ଜୟ କୁମାର ଆଚାର୍ଯ୍ୟ, ଅନୁପ କୁମାର ବୋଷ, ବଂଶୀଧର ବାଗ, ବିବେକାନନ୍ଦ ଭୁୟାଁ, ଭବାନୀ ଶଙ୍କର ତ୍ରିପାଠୀ, ସୁଶାନ୍ତ କୁମାର ଦାଶ, କମଳ ବିହାରୀ ପଣ୍ଡା, ଅମିତାଭ ଦାସ, ଦୟାନନ୍ଦ ମହାପାତ୍ର, ଗୋପାଳ କୁମାର ଅଗ୍ରୱାଲ, ବିଜ୍ଞାନ କୁମାର ଶର୍ମା ଓ ଆଦିତ୍ୟ ନାରାୟଣ ଦାଶଙ୍କୁ ମଧ୍ୟ “ବରିଷ୍ଠ ଆଇନଜୀବୀ”ର ମାନ୍ୟତା ପ୍ରଦାନ କରାଯାଇଛି ।

Senior Advocate-status-to-Bibhu Prasad Tripathy

By Nirvay

Leave a Reply

Your email address will not be published. Required fields are marked *