ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି। ଏଥିପାଇଁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତିରେ ଯୋଗଦାନ କରିଥାନ୍ତି। ଏହି ସମୟ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ନିକଟତମ ସେବକ ଭାବରେ ବିବେଚିତ ଦଇତାପତିମାନେ ଏହି ଅନ୍ତରଙ୍ଗ ସେବା କରିବା ପାଇଁ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥାନ୍ତି । ଅନ୍ୟପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ। ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ଆସି ସ୍ନାନବେଦୀରେ ବିଜେ କରିବେ ଶ୍ରୀଜିଉ । ସାରା ସହରରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ। ରଥଖଳାରେ ଜୋରସୋର ଚାଲିଛି ରଥ ନିର୍ମାଣ କାମ ତିନି ରଥର ଚାରି ନାହାକା ଉଠିବା ପରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଯାଇଛି । Post navigation ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଲେ ନିକୋଲାସ ପୁରନ୍ ଓଜେଇଇ ପରୀକ୍ଷାଫଳର ସମୟ ପରିବର୍ତ୍ତନ; ଆଜି ସନ୍ଧ୍ୟା ୬ଟା ପରିବର୍ତ୍ତେ ସାଢ଼େ ୫ଟାରେ ବାହାରିବ ରେଜଲ୍ଟ