ପୁରୀ ଜିଲ୍ଲା ସତ୍ୟବାଦୀଠାରେ ଥିବା ବିବାଦୀୟ ଜୟା ହୋଟେଲରେ ମଟନ୍ ନାଁରେ ଗୋମାଂସ ରନ୍ଧା ଯାଉଥିବା ମାମଲାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ । ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି । ୪ ଜଣରୁ ଅଧିକ ଲୋକେ ଉକ୍ତ ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ । ସମ୍ପୂର୍ଣ୍ଣ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ହିନ୍ଦୁ ସେନା ଜୟା ଢାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଅନ୍ୟପଟେ ଜୟା ଢାବା ମାଲିକ ଚନ୍ଦନ ପ୍ରଧାନ ମଟନ୍ ସହ ଗୋମାଂସ ମିଶାଇବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଆମେ କେବେ ବି ଗୋମାଂସ ମିଶାଇନୁ କି ମିଶାଇବୁନି । ଆମ ଢାବାର ଲୋକପ୍ରିୟତାରେ ସହିନପାରି ଏପରି ଅପପ୍ରଚାର କରାଯାଉଛି ବୋଲି ଅଭିଯୋଗ କରି ପୋଲିସର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ; ସୂଚନା ଯୋଗ୍ୟ; ଗତ ଫେବ୍ରୁଆରି ୨୩ ତାରିଖ ରାତି ପ୍ରାୟ ୨ଟାରେ ସତ୍ୟବାଦୀ ଥାନା ଅହମ୍ମଦପୁର ଅଞ୍ଚଳର ପିଣ୍ଡୁ ଓରଫ ମୀର ସୟଦ୍ ଅଲ୍ଲୀ ତାର ୨ଜଣ ସହଯୋଗୀଙ୍କ ସହ ଏକ ଟାଟା ଏସିଇ ଗାଡ଼ିରେ ଗୋରୁଚାଲାଣ କରୁଥିବାବେଳେ କିଛି ଯୁବକ ଧରିଥିଲେ | ତାଙ୍କୁ ଧରି ଲୋକେପଚରାଉଚରା କରିବା ବେଳେ ସେ ଚାଞ୍ଚଲ୍ୟକର କଥା କହିଥିଲେ | ସେ କହିଥିଲେ, ଶୁକଳ ଓ ଆଖପାଖ ଅଞ୍ଚଳରୁ ଗୋରୁଙ୍କୁ ଆଣି ସତ୍ୟବାଦୀର ଏକ ସ୍ଥାନରେ ଠୁଳ କରିବା ପରେ ଏକତ୍ର କଟକ ଚାଲାଣ କରାଯାଏ। ଏହି ଗୋରୁମାଂସ ଜୟା ଢାବା ସହ ଅନ୍ୟ ହୋଟେଲକୁ ଚାଲାଣ ହୋଇଥାଏ। ଗୋରୁ କାଟୁଥିବା ପୁରୀର ଏହି ବ୍ୟକ୍ତି ମଧ୍ୟ ଗୋମାଂସ ନିଅନ୍ତି ଓ ଏହାକୁ ମଟନ୍ ସହ ବିକ୍ରି କରନ୍ତି ବୋଲି ପିଣ୍ଡୁ କହିଥିଲେ । ସାମାଜିକ ଗଣମାଧ୍ୟମରେ ପିଣ୍ଡୁଙ୍କ ବୟାନ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ଟିମ୍ ଚଢ଼ଉ କରିଥିଲା । Post navigation ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ; ଏମ୍ସରେ ଭର୍ତ୍ତି ରାଜଧାନୀରେ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି