ପଶ୍ଚିମବଙ୍ଗ ବିଧାୟକଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ନିକଟ ଜାମୁଝାଡ଼ି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ ଗାଡ଼ି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ଘର ସ୍ଥାନୀୟ ସୋର ଥାନା ସାଜନପୁର ଅଞ୍ଚଳରେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଧାୟକ ଓ ତାଙ୍କ ପରିବାର ସିମୁଳିଆ ଥାନାରେ ଅଟକ ରଖାଯାଇଛି। ସୂଚନା ଯୋଗ୍ୟ; ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀ ନିଜ ପରିବାର ସହ ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ବାଲେଶ୍ବରର ସିମୁଳିଆ ଥାନା ନିକଟ ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ତାଙ୍କ କାରଟିଏ ଭାରସାମ୍ୟ ହରାଇ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ସ୍କୁଟି ଚାଳକଙ୍କୁ ନିକଟସ୍ଥ ସିମୁଳିଆ ମେଡିକାଲକୁ ନିଆଯାଇଥିଲା ସେଠାରେ ଯୁବକଙ୍କୁ ମୃତ ଘୋଷଣା କରାଯାଇଥିଲା । ବିଧାୟକଙ୍କ କାର୍କୁ ଜବତ କରିଥିବା ବେଳେ ଗାଡି ଚାଳକ, ବିଧାୟକ ଓ ତାଙ୍କ ପରିବାର ଙ୍କୁ ଅଟକ ରଖିଛି ପୋଲିସ୍ । Post navigation ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରା; ପରିବାରକୁ ବିଜେପି ହଇରାଣ କରୁଥିବା ଅଭିଯୋଗ ଆଣିଲେ ଦୀପାଳି ସି-ସୋର୍ ଚିଟ୍ଫଣ୍ଡ ଠକେଇ ମାମଲା; ରବି ଜେନାଙ୍କ ବଢ଼ିଲା ଅଡୁଆ ବଢ଼ିଲା