ରାଜ୍ୟରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତାକାଲି ସରୁଛି ଖରାଛୁଟି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଜିଲ୍ଲାରେ ପାଗ ଅନୁକୂଳ ରହିବ ସେହି ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ। ଅନୁକୂଳ ପାଣିପାଗ ଥୁବା ଜିଲ୍ଲାରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ସମୟ ରଖିବେ । ଏହି ନିର୍ଦେଶ ଆଗାମୀ ୨୦.୬.୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ । Post navigation ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା ପରେ ବାତିଲ୍ ହେଲା ୧୯ଟି ଟ୍ରେନ୍ ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା: ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ