scb-medical-narrowly-escaped-from-another-fire-incident
ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନା କୁହାଯାଉଥିବା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣିଥରେ ଏସ୍‌ସିବିରେ ଅଘଟଣ ଘଟିଛି । ନନ୍‌ ଟ୍ରମା କେୟାରରେ ସର୍ଟସର୍କିଟ୍‌ରୁ ଇଲେକ୍ଟ୍ରି ବୋର୍ଡ ଜଳି ଯାଇଛି ।
 
ସ୍ମୋକ୍ ଡିଟେକ୍ଟର ଆକ୍ଟିଭ ହେବା ଫଳରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ନନ୍ ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ।
 
ତେବେ ଆଜି ନନ୍ ଟ୍ରମା କାଜୁଆଲିଟିରେ ଘଟିଥିବା ଏଭଳି ସର୍ଟ ସର୍କିଟ୍ ଘଟଣା ରୋଗୀଙ୍କୁ ଏବଂ ସାଧାରଣ ଜନତାଙ୍କୁ ଭୟଭୀତ କରିଛି ​​​​​​​।

By Nirvay

Leave a Reply

Your email address will not be published. Required fields are marked *