ଏସ୍‌ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ । ଅଧୀକ୍ଷକଙ୍କ ଅଫିସ୍ ଆଗରେ ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ୍‌ଙ୍କ ଧାରଣା । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଦେଖାଦେଇଛି ବିବାଦ । ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ ଅଫିସର । ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ ପରସ୍ପରକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର । ପରସ୍ପର ଉପରେ ଦୋଷ ଲଦାଲଦି ହୋଇ ଉଭୟ ଗୋଷ୍ଠୀ SCB ଅଧୀକ୍ଷକଙ୍କ ଅଫିସରେ ପହଞ୍ଚି ହୋ-ହଲ୍ଲା କରିଥିଲେ । ସମସ୍ୟାର ସମାଧାନ ପାଇଁ ଅଧୀକ୍ଷକଙ୍କ ଅଫିସରେ କମିଟି ବସିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *