କଟକ ବଡ଼ ଡାକ୍ତରଖାନାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଘଟଣାର ଏକ ମାସ ପରେ କେନ୍ଦ୍ରରୁ ୬ ଜଣିଆ ତଦନ୍ତକାରୀ ଟିମ କଟକରେ ପହଞ୍ଚି ମେଡିକାଲ ପରିସରରେ ତଦନ୍ତ ଆରମ୍ଭ କରିଛି। ଅଗ୍ନିକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଏହି ଟିମରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ପ୍ରଫେସର, ଭାରତ ସରକାରଙ୍କ ଅଗ୍ନିସମ ବିଭାଗ ପରାମର୍ଶ ଦାତା ପ୍ରମୁଖ ସାମିଲ ଅଛନ୍ତି। ଏହି ଦୁଃଖଦ ଘଟଣା ପରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୬ରେ କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଅବହେଳା, ଏବଂ ସଠିକ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଯୋଗୁଁ ଏପରି ଅଘଟଣ ଘଟିଥିଲା । ଏହାପରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । Post navigation Recruitment of Junior Revenue Assistant Posts: ରାଜ୍ୟରେ ୧୩୬୩ କନିଷ୍ଠ ରାଜସ୍ୱ ସହାୟକ ପଦବୀ ପାଇଁ ନିଯୁକ୍ତିକୁ ମଞ୍ଜୁରୀ