ପାକିସ୍ତାନ ପେଶାୱର ବିମାନବନ୍ଦରରେ ସୌଦି ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନରେ ଅଗ୍ନିକାଣ୍ଡ । ପାକିସ୍ତାନର ପେଶାୱର ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଲାଗି ଯାଇଥିଲା ନିଆଁ । ବିମାନରେ ୨୭୫ ଯାତ୍ରୀ ଓ କ୍ୟାବିନ କ୍ରୁର ୨୧ ଜଣ ରହିଥିଲେ । ଏହି ବିମାନ ସୌଦି ଆରବର ରିୟାଦରୁ ପେଶାଓ୍ବରରେ ପହଞ୍ଚିଥିଲା। ଅଗ୍ନିକାଣ୍ଡ ହୋଇଥିବା ଜାଣିବା ପରେ କ୍ୟାବିନ କ୍ରୁର ସମସ୍ତ ମେମ୍ବର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ । ଏହାପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ପାଇଲଟକୁ ଖବର ଦେଇଥିଲେ । ଏହାସହ ଫାୟାର ଏଣ୍ଡ ରେସ୍କ୍ୟୁ ସର୍ଭିସକୁ ସୂଚନା ଦେଇଥିଲେ । ନିଆଁ ଲାଗିବାର ଖବର ଜାଣିବା ପରେ ଦମକଳ କର୍ମଚାରୀ ବି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ କେହି ମୃତାହତ ଖବର ଏଯାଏଁ ଆସିନାହିଁ ।

ସୂଚନାଯୋଗ୍ୟ, ସୌଦି ଏୟାରଲାଇନ୍ସର ୭୯୨ବିମାନ ଗୁରୁବାର ସକାଳେ ପେଶାଓ୍ବର ବିମାନବନ୍ଦରରେ ଅବତରଣ କରିଛି। ଅବତରଣ ସମୟରେ, ଯେତେବେଳେ ବିମାନଟି ରନୱେରେ ଏକ ଲୁପ ଅନ କରୁଥିଲା, ଏହାର ବାମ ଅବତରଣ ଗିୟରରେ ଧୂଆଁ ଦେଖାଯାଇଥିଲା। ଅଧିକାରୀମାନେ କିଛି ବୁଝିବା ପୂର୍ବରୁ ନିଆଁ ଲାଗିବା ଆରମ୍ଭ କଲା। କ୍ୟାବିନ କ୍ରୁର ସମସ୍ତ ମେମ୍ବର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ । ନିଆଁ ଲାଗିବାର ଖବର ଜାଣିବା ପରେ ଦମକଳ କର୍ମଚାରୀ ବି ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *