ଅଧିକ ପଚରାଉଚରା ଓ ତଥ୍ୟ ହାସଲ କରିବା ପାଇଁ ୫ ସ୍ତ୍ରୀଙ୍କ ସ୍ବାମୀ ସହ ୪୯ ଜଣଙ୍କ ପ୍ରେମିକ ସାଜିଥିବା ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ। ଆଜି ପ୍ରଥମ ଦିନରେ କମିଶନରେଟ ପୋଲିସ ସତ୍ୟଜିତ ରହୁଥିବା ଚନ୍ଦ୍ରଶେଖରପୁର ଘରୁ ପେନଡ୍ରାଇଭ ଓ ଡାଇରୀ ଜବତ କରିଛି । ଜବତ କରିଥିବା ପେନ ଡ୍ରାଇଭରେ ରହିଛି ଏକାଧିକ ମହିଳାଙ୍କ ଫଟୋ ଓ ଭିଡିଓ । ଭିଡିଓ ଓ ଫଟୋ ନେଇ ଅଭିଯୁକ୍ତ ଯୁବତୀମାନଙ୍କୁ ବ୍ଲାକମେଲିଂ କରୁଥିଲା ସନ୍ଦେହ କରୁଛି ପୋଲିସ । ୪୯ ପତ୍ନୀଙ୍କ ବାବଦରେ ଏବଂ ଲୋନ କରିଥିବା ଗାଡ଼ି, ଆକାଉଣ୍ଟ, ଟଙ୍କା କାରବାରକୁ ନେଇ ଖୋଲାତାଡ଼ କରାଯିବ । ସତ୍ୟଜିତକୁ ୧୦ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିବା ବେଳେ ୨ଦିନର ରିମାଣ୍ଡ ମିଳିଛି। ଦୁଇ ଦିନିଆ ରିମାଣ୍ଡ ପରେ ରସିକିଆ ସତ୍ୟଜିତ ସାମଲର ଆଉ କେତେ ଗୁମର ବାହାରିବ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି ।

ସୂଚନା ମୁତାବକ; ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ୫ଜଣ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା। ସେ ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା ।

Leave a Reply

Your email address will not be published. Required fields are marked *