ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରତିଭାନପୁରରେ ମଙ୍ଗଳବାର ଦିନ ଭୋଲେ ବାବାଙ୍କ ସତ୍ସଙ୍ଗ ଉଦ୍ଯାପନୀ ସମାରୋହରରେ ଶ୍ରଦ୍ଧାଳୁଙ୍କ ଭୟଙ୍କର ଭିଡ଼ ହୋଇଥିବାରୁ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୦୭ କୁ ବୃଦ୍ଧି ପାଇଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଟା ସିଏମଓ ଉମେଶ ତ୍ରିପାଠୀ ନିଶ୍ଚିତ କରିଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଡିଏମ ଆଶିଷ କୁମାର କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ନେତାମାନେ ଶୋକପ୍ରକାଶ କରିଛନ୍ତି। ସୂଚନା ମୁତାବକ, ଉତ୍ତରପ୍ରଦେଶର ହାଥରସ୍ରେ ଜିଲ୍ଲାର ରତିଭାନପୁରରେ ସତସଙ୍ଗ ଆୟୋଜିତ କରାଯାଇଥିଲା। ମଙ୍ଗଳବାର ‘ଭୋଲେ ବାବା’ଙ୍କ ସତସଙ୍ଗ ସକାଳ ୮ଟାରେ ଆରମ୍ଭ ହୋଇଥିଲା। ଏଥିରେ ଭାଗ ନେବା ଲାଗି ଭିନ୍ନ ଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍ନ ୨ଟାରେ ସତସଙ୍ଗ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଘରକୁ ଫେରିବା ଲାଗି ବ୍ୟତିବସ୍ତ ହୋଇଯାଇଥିଲେ। ଜଣେ ଅନ୍ୟଜଣଙ୍କୁ ଧକ୍କା ଦେଇଥିଲେ। ଏହାପରେ ସେଠାରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଲୋକେ ଚିତ୍କାର କରିଥିଲେ। ଗ୍ରାମବାସୀଙ୍କ ମୁତାବକ, ସତସଙ୍ଗ ନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ମିଳିଥିଲା। କିଛି ପୋଲିସ କର୍ମୀ ପେଣ୍ଡାଲ ପାଖରେ ଉପସ୍ଥିତ ଥିଲେ। ହେଲେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଆୟୋଜକମାନେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ। ହେଲେ କେହି କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। କିଛି ଲୋକ ଅଘଟଣ ହେବା ବାରିଥିଲେ। ହେଲେ କିଛି ବୁଝା ପଡ଼ି ନ ଥିଲା। କେବଳ ଲୋକେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ନଜର ଆସିଥିଲା। Post navigation ସହଯୋଗୀଙ୍କ ରକ୍ତମାଂସ ଖାଇ ବଞ୍ଚିରହେ କଂଗ୍ରେସ: ପ୍ରଧାନମନ୍ତ୍ରୀ ରାହୁଲଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼: ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ