ନିର୍ବାଚନରେ ପରାଜୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ । ପିସିସି ସଭାପତି ଇସ୍ତଫା ଦେବା ପାଇଁ କହିଲେ ପଞ୍ଚାନନ କାନୁନଗୋ । ସେ କହିଛନ୍ତି ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ । ସେ ନିଜେ ଶୋଚନୀୟ ଭାବେ ହାରିଛନ୍ତି, ଦଳ ମଧ୍ୟ ହାରିଛି । ସେ ଇସ୍ତଫା ଦେଇଛନ୍ତି କି ନାହିଁ ଜାଣିନି, ଦେଇଥିଲେ ଭଲ କଥା । ପଞ୍ଚାନନ କହିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଜୟଦେବ ଜେନା । ଜୟଦେବ କହିଛନ୍ତି ପିସିସି ସଭାପତି ଥିବା ବେଳେ ମତେ ଇସ୍ତଫା ଦେଇଥିଲେ ବୋଲି କହିଲେ ମୁଁ ପିସିସି ସଭାପତି ଥିବା ବେଳେ କଂଗ୍ରେସ ହାରିବାରୁ ଇସ୍ତଫା ଦେଇଥିଲି ।

ଅନ୍ୟପଟେ ଇସ୍ତଫା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଗତଥର ଅପେକ୍ଷା କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ନିର୍ବାଚନ ପୂର୍ବରୁ ଆମର ୬ ବିଧାୟକ ଥିଲେ, ଏଥର ୧୫ ବିଧାୟକ ଅଛନ୍ତି। ୨୫ ବର୍ଷରେ ଏତେ ସଂଖ୍ୟାରେ ବିଧାୟକ ଜିତି ନ ଥିଲୁ।

ବିଜେଡି ଗୋଟିଏ ବି ଏମ୍‌ପି ସିଟ ରଖିପାରିଲାନି, ଆମେ ଜିତିଲୁ। ବିଭିନ୍ନ ସ୍ଥାନରେ ଭୋଟ ପ୍ରତିଶତ ବଢ଼ିଛି, କଂଗ୍ରେସ ଗ୍ରୋଥ କରୁଛି। କିନ୍ତୁ ଆମେ ସରକାର କରିପାରିଲୁନି, ଏଥିପାଇଁ ମୁଁ ଦାୟିତ୍ୱ ନେଉଛି। ଯାହା କହିବା କଥା ହାଇକମାଣ୍ଡକୁ ଜଣାଇ ଦେଇଛି ବୋଲି ଶରତ କହିଛନ୍ତି।

Leave a Reply

Your email address will not be published. Required fields are marked *