ଅଡୁଆରେ ପଡ଼ିପାରନ୍ତି ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ। ସାରଦାଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ସେ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ସାରଦାଙ୍କ ନାମରେ ଥିବା ଦୁଇଟି ଫୌଜଦାରୀ ମାମଲା ବିଷୟରେ ସେ ଭୁଲ ତଥ୍ୟ ଦେଇଥିବା ପିତାମ୍ବର ଅଭିଯୋଗ କରିଛନ୍ତି। ଏହାସହ କଟକରେ ଥିବା ସମ୍ପତି ବିଷୟରେ ମଧ୍ୟ ସେ ଲୁଚାଇଥିବାର ଅଭିଯୋଗ ହୋଇଛି। ସାରଦାଙ୍କ ନାମାଙ୍କନ ପତ୍ର ଖାରଜ କରିବା ପାଇଁ ପ୍ରମାଣ ସହ ଅପିଲ କରିଛନ୍ତି ପିତାମ୍ବର। ଅନ୍ୟପଟେ ବେଆଇନ ଭାବେ ସାରଦାଙ୍କ ପ୍ରାର୍ଥୀପତ୍ର ପିତାମ୍ବର ଯାଞ୍ଚ କରିଥିବା ଅଭିଯୋଗ କରିଛନ୍ତି ସାରଦାଙ୍କ ଓକିଲ ସୁଦାମ ଦାସ।

By Nirvay

Leave a Reply

Your email address will not be published. Required fields are marked *