ବହୁ ଚର୍ଚ୍ଚିତ ଅଭୟାକାଣ୍ଡକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଞ୍ଜୟ ରାୟଙ୍କ ନାର୍କୋ ଟେଷ୍ଟ ଆବେଦନ କୋର୍ଟରେ ଖାରଜ ହୋଇଛି। କୋର୍ଟ କୋଲକାତା ଆରଜି କର ମେଡିକାଲ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରାୟଙ୍କ ନାର୍କୋ ଟେଷ୍ଟ ଅନୁମତିକୁ ସିଆଲଦାହ କୋର୍ଟ ଖାରଜ କରିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ସିବିଆଇ ସଞ୍ଜୟଙ୍କ ନାର୍କୋ ଟେଷ୍ଟ କରିବା ନେଇ କୋର୍ଟରେ ଅନୁମତି ପାଇଁ ଆବେଦନ କରିଥିଲା। କିନ୍ତୁ ସଞ୍ଜୟ ଆଜି ମାଜିଷ୍ଟ୍ରେଟଙ୍କ ଆଗରେ ନାର୍କୋ ଟେଷ୍ଟ୍ ପାଇଁ ସହମତି ଦେଇ ନଥିଲେ । ଫଳରେ କୋର୍ଟ ସିବିଆଇ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ।

Leave a Reply

Your email address will not be published. Required fields are marked *