ବିଜେଡ଼ି ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ରାଜ୍ୟ ରାଜନୀତିର ଚର୍ଚ୍ଚା ଏବେ ବେଶ ସରଗରମ ହେବାକୁ ଲାଗିଛି । ଦୁଇ ଦଳରେ ନେତାଙ୍କ ମଧ୍ୟରେ ଦିନକୁ ଦିନ ବିଭିନ୍ନ ମତରେ ଜୋର ସୋରରେ ବୟାନ ବାଜି ଜାରି ରହିଥିବା ବେଳେ ଆଜି ବିଜେଡିକୁ ନେଇ ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି  ଖୁବଶୀଘ୍ର ବିଜେଡି ଶେଷ ହେବାକୁ ଯାଉଛି। ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ବିଜେଡି ଦଳକୁ ଭାଙ୍ଗିବାକୁ ପଡ଼ିବନି ସେ ଆପେ ଆପେ ଭାଙ୍ଗିଯିବ । ଦେଶରେ ବିଜେପି ଏକମାତ୍ର ବିକଳ୍ପ ତେଣୁ  ଯେଉଁମାନେ ଇଛା କରିବେ ସେମାନେ ବିଜେପିକୁ ଆସି ପାରିବେ।

ଏହା ସହ ବିଧାୟକ ସନାତନ ବିଜୁଳି ଆଉ ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ କହୁଛନ୍ତି ପଦ ଯାତ୍ରା କରିବେ ଲୋକଙ୍କ ପାଖକୁ ଯିବେ । ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ୨୪ ବର୍ଷ କାଳ ସେମାନେ ଲୋକଙ୍କ ପାଖକୁ ଯାଇ ନାହାଁନ୍ତି, ବାହାଷ୍ପଟ ମାରି ଲୋକଙ୍କୁ ଭକୁଆ ବନାଉଥିଲେ ।

Leave a Reply

Your email address will not be published. Required fields are marked *