ବିଜେଡି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ପ୍ରତିକ୍ରିୟା ଦେଇଛନ୍ତି ସମ୍ବିତ ରାଉତରାୟ । ସେ କହିଛନ୍ତି, ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଆଉ ୨୦୨୪ରେ ପତ୍ନୀ ୭୦ ହଜାର ପାଇଲେ । ଯେତିକି ଭୋଟ ପାଇଥିଲି, ସେତିକି ପାଇଲୁ । ପ୍ରତ୍ୟାଖ୍ୟାନ ହେଲୁ କେମିତି । ଲୋକେ ଆମକୁ କେମିତି ପ୍ରତ୍ୟାଖ୍ୟାନ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ। ସେ ଆଉ ମଧ୍ୟ କହିଛନ୍ତି କଟକ ହେଉଛି ବିଜେଡିର ଗଡ଼। ହେଲେ ୨୦୧୯ରେ ଦେବାଶିଷ ବାବୁ ସେଠୁ ହାରିଲେ। ମାଟିଗୋଡ଼ି ଜିତିଲେ, କିନ୍ତୁ ଦେବାଶିଷ ବାବୁ ହାରିଗଲେ। ୨୦୨୪ରେ ତାଙ୍କ ଜିଲ୍ଲା ସଭାପତି ସମୟରେ ବିଜେଡି ତୃତୀୟ ସ୍ଥାନରେ ରହିଲା। ଦେବାଶିଷ ସାମନ୍ତରାୟଙ୍କ ଲୋକ ମୋ ବିରୁଦ୍ଧରେ ଖୋଲାଖୋଲି ୨୪ ନିର୍ବାଚନରେ ପ୍ରଚାର କରିଲେ । ମୁଁ ସେ କଥା ମଧ୍ୟ ତାଙ୍କୁ ଜଣାଇଛି। କିନ୍ତୁ କୌଣସି ପଦକ୍ଷେପ ନେଲେ ନାହିଁ। ଆମ ପରିବାର ନୁହେଁ, ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ସମ୍ବିତ କହିଛନ୍ତି। ପାରାଦୀପରୁ ପ୍ରତିନିଧିତ୍ୱ କରିବା ଆଶା ସଫଳ ହେଉନଥିବାରୁ ଦେବାଶିଷ ଅସନ୍ତୋଷ ଅଛନ୍ତି। ପାରାଦୀପରୁ ପ୍ରତିନିଧିତ୍ବ କରିବା ଆଶା ସଫଳ ହେଉନଥିବାରୁ ତାଙ୍କ ରାଗ । ପାରାଦୀପ ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ବିଜେଡି ପ୍ରାର୍ଥୀ କରାଯାଇଥିଲା। ହେଲେ ଭାଜପା ପ୍ରାର୍ଥୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସେହି ବିଧାନସଭା ଆସନରୁ ବାଜି ମାରିନେଇଥିଲେ। ଯାହାକୁ ନେଇ ଦେବାଶିଷ ସମ୍ବିତଙ୍କୁ ସମାଲୋଚନା କରିଥିଲେ। Post navigation ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ଯାଜପୁରର ରଥଦାଣ୍ଡରେ ହାତାହାତି ହେଲେ ଦୁଇ ସେବାୟତ ଗୋଷ୍ଠୀ