ମେଣ୍ଟ ପ୍ରସଙ୍ଗରେ ପୁଣି ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସଂସଦୀୟ କମିଟି ବୈଠକ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସେ ଏହା ମଧ୍ୟ କହିଛନ୍ତି ଯେ ଗଣମାଧ୍ୟମ ତାଙ୍କ କଥାକୁ ଭିନ୍ନ ଅର୍ଥରେ ପରିବେଷଣ କରୁଛି। ଏଥିପାଇଁ ଓଡ଼ିଶାରେ ବିଜେପି ନେତା ଓ କର୍ମୀମାନେ ଦ୍ବନ୍ଦରେ ଅଛନ୍ତି। ସେ ଗଣମାଧ୍ୟମକୁ ମେଣ୍ଟ ଉପରେ କିଛି ଭି ବିଭ୍ରାନ୍ତକାରି ଖବରକୁ ପ୍ରଚାର କରିବାକୁ ମନା କରିଛନ୍ତି।

ଏହାପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଓଡିଶାରେ ଏକାକୀ ନିର୍ବାଚନ ଲଢିବ ଓ ସରକାର ଗଢିବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ତୃତୀୟ ଥର ପାଇଁ ସରକାର ଗଠନ କରିବ ବିଜେପି । ଓଡିଶାରେ ଲୋକମାନେ ନିର୍ବାଚନ ନିଷ୍ପତି ନେବେ । ଓଡିଆ ଅସ୍ମିତାକୁ ନେଇ ନିର୍ବାଚନ ଜିତି ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବ ବୋଲି କହିଥିଲେ ମନମୋହନ ସାମଲ ।

କିନ୍ତୁ ଅଳ୍ପ କିଛି ସମୟ ପୂର୍ବରୁ ମନମୋହନ ସାମଲ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ପୋଷ୍ଟ କୁ ଡିଲିଟ କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *