ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ନେଇ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଉଦ୍ଦିଷ୍ଟ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଥିବା ଅଘଟଣ ଯୋଗୁଁ ଏଭଳି ଗାଇଡଲାଇନ ଜାରି କରାଯାଇଛି।

ସବୁ ମେଡିକାଲ ଶିକ୍ଷାନୁଷ୍ଠାନ ଚାରିପାଖରେ ପାଚେରି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କ ଯାତାୟାତ ଉପରେ ନଜର ରଖାଯିବ। ମେଡିକାଲ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଓ ଡ୍ରେସ କୋଡ଼ ଲାଗୁ ହେବ ଯାହା ମାନିବା ବାଧ୍ୟତାମୂଳକ। ଇନଡୋରରେ ରୋଗୀଙ୍କ ପାଇଁ ଭିଜିଟର ପାସ ସିଷ୍ଟମ ଲାଗୁ ହେବ। ଜଣେ ରୋଗୀଙ୍କୁ ଦୁଇଟି ଏଣ୍ଟ୍ରି ପାସ ମିଳିବ। ଭିଜିଟିଂ ଆୱାରରେ ଆସୁଥିବା ଆଟେଣ୍ଡାଂଟକୁ ଭଲ ଭାବେ ଯାଞ୍ଚ କରାଯିବ। ଆଟେଣ୍ଡାଂଟ ୱାର୍ଡ ବାହାରେ ଅପେକ୍ଷା କରିବେ। କେବଳ ମେଡିକାଲ ସୁପରିନଟେଣ୍ଡେଣ୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ହିଁ ରୋଗୀଙ୍କୁ ଦେଖା କରିପାରିବେ।

ଓପିଡି ଓ ୱାର୍ଡ ବାହାରେ ୨୪ ଘଣ୍ଟା ସିକ୍ୟୁରିଟି ଗାର୍ଡ ରହିବେ। ଉଭୟ ପୁରୁଷ ଓ ମହିଳା ସିକ୍ୟୁରିଟି ଗାର୍ଡ ନିଯୁକ୍ତି ହେବେ। ସିକ୍ୟୁରିଟି ଗାର୍ଡ ମେଡିକାଲ କ୍ୟାମ୍ପସରେ ପାଟ୍ରୋଲିଂ ମଧ୍ୟ କରିବେ। ହସ୍ପିଟାଲ କାର୍ଯ୍ୟକଳାପ ମନିଟର କରିବା ପାଇଁ ପ୍ରମୁଖ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ। ସିକ୍ୟୁରିଟି ଗାର୍ଡଙ୍କ ପାଇଁ ଏକ କଣ୍ଟ୍ରୋଲ ରୁମ ରହିବ ଯେଉଁଠି ସେମାନେ ୨୪ ଘଣ୍ଟା ସିସିଟିଭି ଯାଞ୍ଚ କରିପାରିବେ। ସିସିଟିଭିରେ ଅନ୍ତତଃ ୩ ମାସର ଷ୍ଟୋରେଜ ବ୍ୟାକଅପ ବ୍ୟବସ୍ଥା ରହିବ।

ପ୍ୟାନିକ ବତାଂ, ଏମର୍ଜେନ୍ସି ଫୋନ ଓ ମୋବାଇଲ ଆପ ଭଳି ବ୍ୟବସ୍ଥା ଲାଗୁ ହେବ। ମୁଖ୍ୟ ସିକ୍ୟୁରିଟି କଣ୍ଟ୍ରୋଲ ରୁମରେ ଏକ ସ୍ୱତନ୍ତ୍ର ଫୋନ ନମ୍ବର ରହିବ ଯାହା ଏମର୍ଜେନ୍ସି ସମୟରେ ଲାଗୁ ହେବ। ମାସକୁ ଥରେ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଇନଷ୍ଟିଚ୍ୟୁସନାଲ ମନିଟରିଂ କମିଟି ରହିବ।

Leave a Reply

Your email address will not be published. Required fields are marked *