Rohit Sharma becomes No. 1 ODI Batter in ICC Rankings
ଅଷ୍ଟ୍ରେଲିଆ ODI ଜରିଆରେ ରୋହିତ ଶର୍ମାଙ୍କ ଜବରଦସ୍ତ କମ୍‌ବ୍ୟାକ୍ । ଭାରତୀୟ ଓପନର ରୋହିତ ଶର୍ମା ଆଜି ଇତିହାସ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ODI ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ୍ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ରୋହିତ ଶର୍ମା ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି ।
 
ରୋହିତ ଶର୍ମାଙ୍କ ୩୬ ରେଟିଂ ପଏଣ୍ଟ ବୃଦ୍ଧି ପାଇ ୭୮୧ ରେ ପହଞ୍ଚିଛି । ରୋହିତ ଭାରତୀୟ ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ।
 
ସେ ଅଷ୍ଟ୍ରେଲିଆ ବିପକ୍ଷରେ ନିକଟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ସର୍ବାଧିକ ରନ ସ୍କୋରର ଥିଲେ । ସେ ପ୍ରଥମ ମ୍ୟାଚ୍‌ରେ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ତେବେ ଦ୍ୱିତୀୟ ମ୍ୟାଚ୍‌ରେ ସେ ୭୩ ରନ୍‌ ଏବଂ ଶେଷ ମ୍ୟାଚ୍‌ରେ ୧୨୧ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ ।
 
ସୂଚନା ଅନୁଯାୟୀ, ରୋହିତ ଶର୍ମାଙ୍କ ପରେ, ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରନ ICC ଦିନିକିଆ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗିଲ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *