ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ସମସ୍ତ ସହରାଞ୍ଚଳ ରାସ୍ତା । ୨୦ ତାରିଖ ପୂର୍ବରୁ ଟ୍ବିନ୍‌ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି କାମ ସରିବ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ସମସ୍ତ ସହରାଞ୍ଚଳ ରାସ୍ତା ମରାମତି ପାଇଁ ଆସନ୍ତା ୬ରେ EICଙ୍କ ଅଫିସ୍‌ରେ ବସିବ ସମନ୍ବୟ ବୈଠକ । ବୈଠକରେ କଟକ, ଭୁବନେଶ୍ୱରର ସମସ୍ତ ବିଧାୟକ, ମେୟର, କମିସନରଙ୍କ ସହ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ୨୦ ତାରିଖ ପୂର୍ବରୁ ସବୁ ସହରାଞ୍ଚଳ ରାସ୍ତା ମରାମତି କାମ ସରିବ ।

ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ଆଇନ୍ ମନ୍ତ୍ରୀଙ୍କ କହିଛନ୍ତି, ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ। ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ। ଉନ୍ନୟନ କମିସନର ଅନୁଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୁବ୍‌ ଶୀଘ୍ର ରିପୋର୍ଟ ପ୍ରକାଶ କରାଯିବ ।ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ। ଏହା ସହ ବିଜେଡି ସରକାର ୨୩ଟି ତଦନ୍ତ କମିଟି ରିପୋର୍ଟ ଚାପିଦେଲେ। ଆମେ ସେପରି କାର୍ଯ୍ୟ କରିବୁ ନାହିଁ ।

Leave a Reply

Your email address will not be published. Required fields are marked *