ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ। ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏହା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଯାଜପୁର ଜିଲ୍ଲା ଆଖୁଆପଦା, ବଲ୍ଲୀଘାଟ ଓ ଦଶରଥପୁରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦାଠାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ତେବେ ଧୀରେ ଧୀରେ ବୈତରଣୀରେ ଜଳସ୍ତର ବଢ଼ିବାରେ ଲାଗିଛି। ସେହିପରି ଆଜି ସର୍ବୋଚ୍ଚ ବନ୍ୟାଜଳ ପ୍ରବାହ ହୋଇପାରେ ବୋଲି ଅନୁମାନ କରାଯାଉଛି। ନଦୀର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ଅବାଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । Post navigation ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ ଏଫଏମ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ