ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା RI ଶରତ କୁମାର ଜେନା । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଶରତ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, କେନ୍ଦୁଆପଦା ରାଜସ୍ୱ ସର୍କଲ ଆର.ଆଇ ଶରତ ଜେନା ଅଣ୍ଢେଇପଲି ଖାନବାଡ଼ି ଅଞ୍ଚଳର ପ୍ରଶାନ୍ତ ଜେନାଙ୍କୁ ତାଙ୍କ ପୈତୃକ ଜମିର କିସମ ପରିବର୍ତ୍ତନ ଲାଗି ତଦନ୍ତ ରିପୋର୍ଟ ବାବଦକୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ଏ ସମ୍ପର୍କରେ ପୂର୍ବରୁ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ସହ ଯୋଗାଯୋଗ କରିଥିଲେ । ଆଜି ଭଦ୍ରକ ତହସିଲଦାରଙ୍କ ଠାରେ ଉକ୍ତ କିସମ ପରିବର୍ତ୍ତନ ରିପୋର୍ଟ ଦାଖଲ ଲାଗି ଆର.ଆଇ ତାଙ୍କ କାର୍ଯ୍ୟାଳୟରେ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ଏହି ଟ୍ରାପ ବେଳେ ଭିଜିଲାନ୍ସ ଏଏସପି ମହେଶ୍ୱର ସେଠି, ଡିଏସପି ଦୁଷ୍ମନ୍ତ ନାୟକ ଓ ଭଦ୍ରକ ୟୁନିଟ ଡିଏସପି ବଙ୍କିମ ବାୱାଲି ପ୍ରମୁଖ ଉପସ୍ଥିତ ଥିଲେ। Post navigation ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତପ୍ରସ୍ତର ସ୍ଥାପନା କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାକୁ ଓ ମାହାଲ ମାଣ୍ଡାକୁ ନେଇକି କିଛି ଏମିତି କହିଲେ ଧର୍ମେନ୍ଦ୍ର ପ୍ରଧାନ