ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭୁବନେଶ୍ୱରରେ ଆୟୋଜିତ ଗୋଲ ଟେବୁଲ ବୈଠକରେ ରେଭେନ୍ସାର ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସେମାନେ କହିଛନ୍ତି, ରେଭେନ୍ସାର ନାଁ ପରିବର୍ତ୍ତନ ହେବନି। ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି। ରେଭେନ୍ସା ନାଁ ରେଭେନ୍ସା ହିଁ ରହିବ।

ରେଭେନ୍ସାରେ ପାଠ ପଢିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ପୋଲିସ ଡିଜି, ପ୍ରଶାସକ, ରାଜନେତା, ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଛନ୍ତି। ସମସ୍ତେ ବୈଠକରେ ସାମିଲ ହୋଇ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବତନ ପୋଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ ହୋଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେଭେନ୍ସା ନାଁ ପରିବର୍ତ୍ତନ ନେଇ ବିବାଦୀୟ ମନ୍ତବ୍ୟ ଉପରେ ତିନି ଦଳର ବୟାନବାଜି ଆରମ୍ଭ ହୋଇଯାଇଛି। ଏ ନେଇ ରେଭେନ୍ସାର ପୁରାତନ ଓ ଆଲୁମିନି ଛାତ୍ରଛାତ୍ରୀ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ବିଜେଡିର ବରିଷ୍ଠ ନେତାଙ୍କ ବିରୋଧରେ ମିଥ୍ୟ ଏତଲା ହୋଇଥିଲା। ଆଜି ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଟଗୋଳ ହୋଇଥିଲା।

By Nirvay

Leave a Reply

Your email address will not be published. Required fields are marked *