ଖୋଲା ପେଟ୍ରୋଲ୍‌ ବିକ୍ରି ଉପରେ ଲାଗିଲା କଟକଣା । ଆସନ୍ତାକାଲିଠାରୁ ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍ । କେବଳ ପେଟ୍ରୋଲ୍ ପମ୍ପରେ ହିଁ ଗାଡ଼ିରେ ଭରାଯିବ ପେଟ୍ରୋଲ୍ । ଏ ନେଇ ଆଜି ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ।

ସେ କହିଛନ୍ତି ଖୋଲାରେ ପେଟ୍ରୋଲ୍‌ ବିକ୍ରି ଉପରେ ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା । ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନର ନିଷ୍ପତ୍ତି ନିଆଯାଉଛି । କେବଳ ସାମ୍ପୁଲ ଓ ଗାଡିରେ ଦେବାକୁ ନିୟମ ଅଛି । ତେଣୁ କୌଣସି ପରିସ୍ଥିତିରେ ବୋତଲରେ ଦିଆଯିବ ନାହଁ ପେଟ୍ରୋଲ । ଅତି ଆବଶ୍ୟକ ପରିସ୍ଥିତିରେ ଆଧାରକାର୍ଡ଼ ରଖି ଦିଆଯିବ ପେଟ୍ରୋଲ ।

Leave a Reply

Your email address will not be published. Required fields are marked *