repolling-at-15-booths-in-west-bengal-constituencies-tomorrow
ଇଭିଏମ୍ ଟାମ୍ପରିଂ ଓ ହିଂସା ଅଭିଯୋଗ ପରେ ଭାରତୀୟ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବୁଥଗୁଡ଼ିକରେ ରିପୋଲିଂ ହେବ ।
 
ମାଗ୍ରାହାଟ ପଶ୍ଚିମ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୧ଟି ବୁଥରେ ପୁନଃ ମତଦାନ ହେବ । ସେଇଭଳି ଡାଇମଣ୍ଡ ହାର୍ବର ଲୋକସଭା କ୍ଷେତ୍ରଅଧୀନରେ ଥିବା ୪ଟି ବୁଥରେ ପୁଣି ଥରେ ଭୋଟ ପଡ଼ିବ ।
 
ସୂଚନାଯୋଗ୍ୟ ଯେ, ଗତ ପର୍ଯ୍ୟାୟ ମତଦାନ ସମୟରେ ଏହି ବୁଥଗୁଡ଼ିକରେ ଇଭିଏମ୍ ଟାମ୍ପରିଂ, ବୁଥ୍ କ୍ୟାପଚରିଂ ଓ ବ୍ୟାପକ ହିଂସା ଅଭିଯୋଗ ଆସିଥିଲା । ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଅଭିଯୋଗ ମିଳିବା ପରେ ନିର୍ବାଚନ ଆୟୋଗ ସ୍କ୍ରୁଟିନି କରିଥିଲେ । ରିଟର୍ଣ୍ଣିଙ୍ଗ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଆୟୋଗ ରିପୋଲିଂ ଘୋଷଣା କରିଛନ୍ତି ।
 
ରିପୋଲିଂ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସମସ୍ତ ୧୫ଟି ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବ । ବୁଥ ଭିତରେ ଓ ବାହାରେ ୱେବକାଷ୍ଟିଂ ବ୍ୟବସ୍ଥା ରହିବ । ପ୍ରତି ବୁଥରେ ମାଇକ୍ରୋ ଅବଜର୍ଭର ରହିବେ ।

By Nirvay

Leave a Reply

Your email address will not be published. Required fields are marked *