ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ ହୋଇଛି। ପ୍ରଥମେ ଏତଲା ଦେଇଥିବା ନବଙ୍କ ସୁରକ୍ଷା କର୍ମଚାରୀଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି । ସୁରକ୍ଷା କର୍ମଚାରୀ ହେମସାଗର ନାଏକଙ୍କୁ ତଦନ୍ତ ଅଧିକାରୀଙ୍କ ଜେରା ହୋଇଛି । ଜେରା ବେଳେ ଘଟଣା ଦିନର ଲିଖିତ ଅଭିଯୋଗ ସମ୍ପର୍କରେ କହି ପାରିଲେନି ହେମସାଗର । କଥାରେ ତାଳମେଳ ରହୁନଥିବା ଜଣାପଡିଛି । ହେମସାଗରଙ୍କ ବୟାନ ଆଧାରରେ କାଲି ଆଉ କିଛି ଲୋକଙ୍କୁ ଜେରା ହୋଇପାରେ ।

ସୂଚନା ଯୋଗ୍ୟ; ଲଳିତଙ୍କ ବାପା ବେଲାଲସେନ ସାହୁ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ଡିଜିପିଙ୍କୁ ଏକ ଚିଠି ଲେଖିଥିଲେ ଏବଂ ମାମଲାର ପୁନଃ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ୨୦୨୨ରେ ଲଳିତଙ୍କ ଝୁଲନ୍ତା ମୃତଦେହ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନ ପଛ ପଟେ ଥିବା ଷ୍ଟାଫ୍ କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିଲେ ।

Leave a Reply

Your email address will not be published. Required fields are marked *