ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍ପି ରାଜ ପ୍ରସାଦ । ସେ କହିଛନ୍ତି ଏହି ଘଟଣା ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ସମ୍ବେଦନଶୀଳ ଘଟଣା । ଏଥିରେ ୩ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି । ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏହା ସହ ଏହି ଘଟଣାର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି ।ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ବି ଆକ୍ସନ ହେବ । Post navigation International Yoga Day: ରାଜ୍ୟସ୍ତରୀୟ ଯୋଗ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ