ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଜୋର ଧରିଛି ବିବାଦ। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ ଆଲୋଚନା ଚକ୍ରରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ ଭର୍ତ୍ତୃହରି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ । ରେଭେନ୍ସା କଲେଜର ନାମ ପରିବର୍ତ୍ତନ ଦାବି ଆଜିର ନୁହେଁ, ସ୍ୱାଧୀନତା ପରବର୍ତ୍ତୀ ସମୟରୁ ହୋଇଆସୁଛି । ଏନେଇ ୭୭ ମସିହାରୁ କୁହାହୋଇଆସୁଛି ଏବଂ ୮୦ ମସିହାରେ ଲେଖା ବି ଲେଖିଛି । ରେଭେନ୍ସା ନାମ ପରିବର୍ତ୍ତନ ନିଷ୍ପତ୍ତି ପାଇଁ ସରକାର ନେବେ ସେଥିରେ ମୁଁ ଆକ୍ଷେପ କରିନାହିଁ ।

ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଆ ଜାତିର ଅନୁଦାନରେ ନିର୍ମିତ ଶିକ୍ଷାନୁଷ୍ଠାନ ନାଁ କାହିଁକି ଇଂରେଜ ନାମରେ ରହିବ । ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ହେବ ନାହିଁ ।

Leave a Reply

Your email address will not be published. Required fields are marked *