ଆସନ୍ତା ମାସେ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟ ଶେଷ ହୋଇଥିବାବେଳେ ବାହାର ରତ୍ନଭଣ୍ଡାର ମରାମତି ଚାଲୁଛି। ଏନେଇ ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ସେ କହିଛନ୍ତି ମରାମତି କାମର ପର୍ଯ୍ୟାୟ ବ୍ୟାପକ ରହିଛି।ରତ୍ନଭଣ୍ଡାରର ମରାମତି କାମ ଯତ୍ନର ସହ କରାଯାଉଛି। ଭିତର ଭଣ୍ଡାର ମରାମତି କାମ ପ୍ରାୟ ସରିଗଲାଣି। ଦୁର୍ବଳ ହୋଇଥିବା ବିମକୁ ଷ୍ଟିଲ ଭିମ୍ ରେ ବଦଳାଯାଇଛି। ବାହାର ରତ୍ନ ଭଣ୍ଡାର କାମ ଆରମ୍ଭ ହୋଇଛି।

ପ୍ରତିଦିନ ୩ରୁ ୪ ଘଣ୍ଟା ମରାମତି କାମ ହେଉଛି। ଆସନ୍ତା ମାସେ ଭିତରେ କାମ ସାରିବାକୁ ଲକ୍ଷ ରଖାଯାଇଛି ।

Leave a Reply

Your email address will not be published. Required fields are marked *