ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଆଜି ଶେଷ ହୋଇଛି। ସର୍ଭେ ଶେଷ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ବରେ ସର୍ଭେ ସରିଛି। ୨୧ରୁ ସର୍ଭେ ଆରମ୍ଭ ହୋଇଥିବା ବେଳେ କାଲି ପାଇଁ ସମୟ ଥିଲା, କିନ୍ତୁ ଆଜି ସର୍ଭେ ସରିଛି। ଆଜି ସର୍ଭେ ସରିଥିବା ବେଳେ ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ କଟକଣା ରହିବନି।

ଏନଜିଆରଆଇ ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ସର୍ଭେ ସରିଥିବା ବେଳେ ଏନଜିଆରଆଇ ଏଏସଆଇକୁ ରିପୋର୍ଟ ହସ୍ତାନ୍ତର କରିବ। ଏଏସଆଇ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ପରାମର୍ଶ ଲୋଡ଼ାଯିବ। ସେବା ପୂଜା ସହ ଜଡ଼ିତ ସମସ୍ତଙ୍କର ପରାମର୍ଶ ଲୋଡ଼ାଯିବ। ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବା ପରେ କାର୍ଯ୍ୟ ଆଗକୁ ବଢ଼ିବ।

ଜୁଲାଇ ୧୪ରୁ ଆଜି ଯାଏ ୫ଟି ପର୍ଯ୍ୟାୟରେ ସର୍ଭେ ହୋଇଛି। ଏବେ ହୋଇଥିବା ସର୍ଭେର ଡାଟା ପ୍ରକ୍ରିୟାକରଣ ପାଇଁ ୧୦ ଦିନ ଲାଗିଯିବ ବୋଲି ବୈଜ୍ଞାନିକ ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି। ଭିତର ରତ୍ନଭଣ୍ଡାରର ଭିତର ଓ ବାହାର ପାଖ ସର୍ଭେ ହୋଇଛି। ସର୍ବୋତ୍କୃଷ୍ଟ ଟେକ୍ନୋଲଜିରେ ସର୍ଭେ ଓ ବିଶ୍ଳେଷଣ ହେଉଛି।

Leave a Reply

Your email address will not be published. Required fields are marked *