ଫେବ୍ରୁଆରୀ ୧୫ ଯାଏଁ ବଢ଼ିଲା ରାସନ ଇ-କେୱାଇସି ଅପଡେଟ୍ । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲାବେଳେ ଫେବ୍ରୁଆରୀ ୧୫କୁ ବୃଦ୍ଧି କରାଯାଇଛି । ଅବଧି ବୃଦ୍ଧି ନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି କିଛି ଲୋକ ଇ-କେୱାଇସି କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ । ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଛନ୍ତି।

ସରକାର ପୂର୍ବରୁ ସୂଚନା ଦେଇଛନ୍ତି ଇ-କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ ରାସନ୍‌କାର୍ଡ ବାଣ୍ଟିବେ। ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ। କିନ୍ତୁ ଏ ପର୍ଯ୍ୟନ୍ତ ଅଧିକାଂଶ ହିତାଧିକାରୀ ଭିଟାମାଟି ଠାରୁ ବହୁ ଦୂରରେ ରହୁଛନ୍ତି। ପେଟ ପାଳିବା ପାଇଁ ବାହାର ରାଜ୍ୟରେ ଦାଦାନ ଖଟୁଛନ୍ତି ଅଥବା କୌଣସି ଘରୋଇ କଂପାନିରେ କାର୍ଯ୍ୟରତ ଅଛନ୍ତି। ଏଭଳି ହିତାଧିକାରୀମାନେ ଏବେ ଇ-କେୱାଇସି କରିବା ପାଇଁ ହନ୍ତସନ୍ତ ହେଉଛନ୍ତି। ହାତରେ କମ ସମୟ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଏହି ସବୁ ଅଭିଯୋଗକୁ ବିଚାର କରି ସରକାର ରାସନ ଇ-କେୱାଇସି ଅପଡେଟ୍ ତାରିଖ ବୃଦ୍ଧି କରିଛନ୍ତି ।

ସେହିପରି ରାସନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାକୁ କହି ନାହିଁ । ବଡ଼ ଚାକିରି କରିନଥିବା ଲୋକଙ୍କୁ କେବେ କାର୍ଡ ଫେରାଇବାକୁ କହି ନାହିଁ ।ଯେଉଁମାନେ ୧୦ରୁ ୧୨ ହଜାର ଦରମା ପାଉଛନ୍ତି ସେମାନଙ୍କୁ ରାସନ କାର୍ଡ ଫେରାଇବାକୁ କହିନି କି ଫେରାଇବା ଦରକାର ନାହିଁ । କିନ୍ତୁ ଯେଉଁମାନେ IT ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ଫେରାନ୍ତୁ । ୩୦ରୁ ୪୦ ହଜାର ଦରମା ପାଉଥିଲେ ଲୋକ ରାସନ କାର୍ଡ ଫେରାନ୍ତୁ ନ ଫେରେଇଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *