ଆରମ୍ଭ ହେଲା ରଥଟଣା । ପୁରୀରେ ପୁଣି ଗଡ଼ିଲା ରଥ। ଗତକାଲି ଅଧାବାଟରେ ଅଟକି ରହିଥିବା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ତାଳଧ୍ବଜ ରଥକୁ ଟାଣିଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ମରିଚିକୋଟ ଛକରେ ଅଟକି ରହିଥିଲା ତାଳଧ୍ବଜ ।

ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ।

Leave a Reply

Your email address will not be published. Required fields are marked *