ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାରେ ଶନିବାର ଦିନ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ଆଜି ପୁରୀ ବଡ଼ଦାଣ୍ଡରେ ପୁଣି ଆରମ୍ଭ ହୋଇଛି ରଥ ଟଣା । ଆଜି ଦ୍ଵିତୀୟଦିନରେ ରଥ ଉପରେ ମଙ୍ଗଳ ଆଳତୀ ସରିବା ପରେ ଘଣ୍ଟ, ହୁଳହୁଳିରେ ମଧ୍ୟରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଥିବାବେଳେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ବି ଗଡିଛି । ମହାପ୍ରଭୁଙ୍କ ୩ ରଥକୁ ଶରଧାବାଲି ଅପେକ୍ଷା କରିଛି । ଉଲ୍ଲେଖ ଥାଉ କି ଗତକାଲି ସିଂହଦ୍ୱାରରେ ମହାବାହୁ ଅଟକିରହିଥିଲେ । ବଳଭଦ୍ରଙ୍କଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍ ଛକ ନିକଟରେ ଅଟକି ରହିଥିଲା ।ଗତକାଲି ବାରମ୍ବାର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ମୋଡ଼ ନେଇଥିଲା। ଡାହାଣ ପାର୍ଶ୍ୱକୁ ମୋଡ଼ ଖାଇଥିଲା । Post navigation ରଥଯାତ୍ରାରେ ଅଘଟଣ; ପୁଲିସ ଆକ୍ରମଣରେ ସାମ୍ବାଦିକ ଗୁରୁତର ଆହତ ପୁରୀରେ ପହଞ୍ଚିଲେ ଗୌତମ ଆଦାନୀ