ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାବିଗ୍ରହ । ଆଜି ଆଷାଢ଼ ଶୁକ୍ଲପକ୍ଷ ପ୍ରତିପଦା ତିଥିରେ, ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଭକ୍ତି ପରିବେଶ ମଧ୍ୟରେ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହୋଇ ସିଂହଦ୍ୱାର ଅଭିମୁଖେ ଟଣାହୋଇଛି ସିଂହଦ୍ୱାର ସମ୍ମୁଖରେ ଲାଗିଛି ଜଗନ୍ନାଥଙ୍କ ନିମିତ୍ତ ନନ୍ଦିଘୋଷ, ବଳଭଦ୍ରଙ୍କ ନିମିତ୍ତ ତାଳଧ୍ୱଜ ଓ ସୁଭଦ୍ରାଙ୍କ ନିମିତ୍ତ ଦେବଦଳନ ରଥ । ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ପୁରୀ ସହର । ଏଥର ରଥଯାତ୍ରା ସମୟରେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ । Post navigation ନବୀନଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନରେନ୍ଦ୍ର ମୋଦି ସାମୟିକ କର୍ମଚାରୀଙ୍କୁ ଚାକିରି ଛାଡ଼ିବାବେଳେ ମିଳିବ ୨.୫ ଲକ୍ଷ