ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦାରୁରେ ତିଆରି ମୁର୍ତ୍ତୀ ହୋଇଥିବା ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ବିବାଦ । ଆଜି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ପ୍ରସଙ୍ଗରେ ପଚରାଉଚରା କରାଯାଉଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା ।

ରାମକୃଷ୍ଣ ଦାସମହାପାତ୍ର ସହ ନବକଳେବରର ବଳକା ଦାରୁ ବବଦରେ ଦିତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ଗତକାଲି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନୋଟିସ୍‌ କରାଯାଇଥିଲା । ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁଯାୟୀ ନୋଟିସ୍‌ କରାଯାଇଥିଲା ।

Leave a Reply

Your email address will not be published. Required fields are marked *