ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ରଂଜନ ଓରଫ ରକିକୁ ଗିରଫ କରାଯାଇଛି । ଝାଡ଼ଖଣ୍ଡରୁ ରକିକୁ ଗିରଫ କରିଛି ସିବିଆଇ। ଗୁରୁବାର ତାକୁ ପାଟନା ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ରକିକୁ ୧୦ ଦିନିଆ ସିବିଆଇ ରିମାଣ୍ଡକୁ ପଠାଇ ଦେଇଛନ୍ତି। ରକି ନେପାଳ ପଳାଇବାକୁ ଉଦ୍ୟମ କରୁଥିବାବେଳେ ତାକୁ ଗିରଫ କରାଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ରକିକୁ ଧରିବା ପାଇଁ ସିବିଆଇ ପକ୍ଷରୁ ପାଟନା, କଲିକତା ଓ ଏହାର ଆଖପାଖ ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ରାକେଶ ତା ପତ୍ନୀର ମେଲ୍ ଆଇଡି ବ୍ୟବହାର କରି ମେଲ୍ କରୁଥିଲେ, ସେହି ଆଇପି ଠିକଣା ଠାବ କରି ସିବିଆଇ ତା ପାଖରେ ପହଞ୍ଚିଥିଲା।

ରକି ମୂଳତଃ ବିହାରର ନଓ୍ଵାଡାର ବାସିନ୍ଦା। କିନ୍ତୁ ଗତ କିଛି ବର୍ଷ ହେବ ସେ ରାଞ୍ଚିରେ ଏକ ରେଷ୍ଟୁରାଣ୍ଟ ଚଳାଉଥିଲା। ମିଳିଥିବା ସୂଚନା ଅନୁଯାୟୀ, ରକି ହିଁ ନିଟ୍ ପ୍ରଶ୍ନପତ୍ର ଲିକ୍ କରାଇ ଚିଣ୍ଟୁଙ୍କ ମୋବାଇଲକୁ ପଠାଇଥିଲା।

Leave a Reply

Your email address will not be published. Required fields are marked *